ମୁମ୍ବାଇ (୧୮.୩.୨୩) : ରାଜଧାନୀରେ ବୋମା ମାଡ଼ । ଜୁଏଲାରି ଦୋକାନ ଉପରେ ବୋମା ଫୋପାଡ଼ିଲେ ଦୁର୍ବୃତ୍ତ । ୟୁନିଟ – ୪ ରେ ଥିବା ଏହି ଜୁଏଲାରି ଦୋକାନରେ ରାତି ପାଖାପାଖି ୧୧ଟା ବେଳେ ଦୋକାନ ବନ୍ଦ କରୁଥିଲେ ମାଲିକ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ବୋମା ଫିଙ୍ଗିଥିଲେ । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ବୋମା ମାଡ଼ରେ ଜଣେ ଆହତ ହୋଇଛନ୍ତି । ଯିଏକି ଦୋକାନର ମାଲିକ ବୋଲି ସୂଚନା ରହିଛି । ତାଙ୍କ ନାଁ ରମାକାନ୍ତ । ଖବର ପାଇ ଘଟଣା ସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଂଚି ତଦନ୍ତ କରିଛି । ବୋମା ଫିଙ୍ଗିବା ପଛର କାରଣ ଜଣାପଡି ନାହିଁ । ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ ଆସିଥିଲେ ନା ବ୍ୟବସାୟିକ ଶତ୍ରୁତା ତାହା ସ୍ପଷ୍ଟ ହୋଇନି । ପୋଲିସ ଏବେ ସ୍ଥାନୀୟ ଅଂଚଳର ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଚଳାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ କମିଶନରେଟ ପୋଲିସ ଏକ ସେଫ୍ ସିଟି ଅଭିଯାନ ଆରମ୍ଭ କରିଥିଲା । ବାଇକରେ ପୋଲିସ ପାଟ୍ରୋଲିଂ କରିବାକୁ ବ୍ୟବସ୍ଥା ହୋଇଥିଲା । ଯଦି ପୋଲିସ ରାତିରେ ସକ୍ରିୟ ରହିଛି ତାହେଲେ ଦୁର୍ବୃତ୍ତ କିଭଳି ବୋମାମାଡ କରି ଖସିଗଲେ?
ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର