You are currently viewing ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା

ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ) ୨୪/୦୯, ଆତ୍ମହତ୍ୟା କଲେ ଜିଲ୍ଲା ପରିଷଦ ସଭ୍ୟ । ସେ ହେଉଛନ୍ତି ପୁରୀ ଜିଲ୍ଲା ଗୋପର ୧୧ ନଂଜୋନର ଧର୍ମେନ୍ଦ୍ର ସାହୁ । ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହରସ୍ଥିତ ଜଣେ ସଂପର୍କୀୟଙ୍କ ଘରୁ ମିଳିଛି ତାଙ୍କ ମୃତଦେହ । ତେବେ ଆତ୍ମହତ୍ୟାର କାରଣ ପାରିବାରିକ କଳହ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । କିନ୍ତୁ ମୃତ୍ୟୁପରେ ତାଙ୍କର ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେଥିରେ ଲେଖା ଅଛି ‘ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି , ତାକୁ ଲୋକ ଲୋଚନକୁ ଆଣିବେ’ ।

ଅନ୍ୟମାନଙ୍କୁ ଜଣାନ୍ତୁ।