କଏଦୀଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି (ଏ ଏନ୍ ଏସ)୧୦/୦୬,ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ କଏଦୀଙ୍କ ନାଁ ବିଧାନ ମିର୍ଦ୍ଧା।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏକ ହତ୍ୟା ମାମଲାରେ ବିଧାନ ମିର୍ଦ୍ଧା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳରେ ସେ ମାଲକାନଗିରିର ଉପକାରାଗାରରେ କଏଦୀ ଭାବେ ରହୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଏହାର କାରଣ ଖୋଜିବା ପାଇଁ ମାଲକାନଗିରି ଆଦର୍ଶ ଥାନା ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.