You are currently viewing କାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତି

କାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୨୫/୦୫, କାଳବୈଶାଖୀ ବର୍ଷା ଆଣିଲା ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି । କଟକ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଘଡଘଡି ବର୍ଷା ହେବା ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି । ବାଙ୍କୀ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଲାଗିରହିଥିବା ବେଳେ ବିଭିନ୍ନ ଅଂଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି । ବାଙ୍କୀ-କଟକ ରାସ୍ତାର କୁଶପଙ୍ଗି ନିକଟରେ ଅନେକ ଗଛ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି । ଫଳରେ ବାଙ୍କୀ-କଟକ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦିନ ସାଢେ ୧୧ଟା ଯାଏଁ ଭୁବନେଶ୍ୱର ଅନୁଭୂତ ହେଉଥିଲା ୩୯ ଦଶମିକ ୨ ଡିଗ୍ରୀ ତାପମାତ୍ରା । ଏବେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ସେହିଭଳି ପୁରୀ ସାକ୍ଷୀଗୋପାଳରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଛି । ସାକ୍ଷୀଗୋପାଳ ପୁରୀ ରାସ୍ତାର ସଦାନନ୍ଦପୁର ଠାରେ ପ୍ରବଳ ବର୍ଷା କାରଣରୁ ରାସ୍ତାଘାଟ ଦେଖାଯାଉନଥିବା ବେଳେ ଅନ୍ଧାର ଘୋଟି ଆସିଛି । ଫଳରେ ରାସ୍ତାରେ ଗାଡିମୋଟର ଅଟକି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।