You are currently viewing ତିନିଦିନ ପାଇଁ କାମାକ୍ଷାନଗର ଏନଏସି ସଟଡାଉନ ଘୋଷଣା

ତିନିଦିନ ପାଇଁ କାମାକ୍ଷାନଗର ଏନଏସି ସଟଡାଉନ ଘୋଷଣା

ଢେ଼ଙ୍କାନାଳ, ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨ ତାରିଖ ପର୍ଯ୍ୟନ୍ତ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣକୁ ଆଖିରେ ରଖି ଏଭଳି କରାଯାଇଛି ବୋଲି ସୂଚନା ମିଳୁଛି । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ ଜରୁରୀକାଳୀନ ସେବା ଓ ମେଡ଼ିସିନ ଦୋକାନ ପାଇଁ କୌଣସି କଟକଣା ଲାଗୁ କରାଯାଇନାହିଁ । ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।