You are currently viewing କିନ୍ନରଙ୍କ ହାତ ଧରିଲେ ବିବାହିତ ପୁରୁଷ

କିନ୍ନରଙ୍କ ହାତ ଧରିଲେ ବିବାହିତ ପୁରୁଷ

  • Post category:ଓଡିଶା
  • Reading time:1 mins read

ଓଡିଶାର କଳାହାଣ୍ଡି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବିବାହିତ ପୁରୁଷ ନିଜର ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ଏକ କିନ୍ନରକୁ ଦ୍ୱିତୀୟ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛିକି ପ୍ରଥମ ସ୍ତ୍ରୀ ଏହି ଦ୍ୱିତୀୟ ବିବାହକୁ ସ୍ୱୀକୃତି ଦେଇଛନ୍ତି । ଏବଂ ସେମାନେ ସମସ୍ତେ ଗୋଟିଏ ଛାତ ତଳେ ମଧ୍ୟ ଏକାଠି ରହୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଏହି ଯୁବକର ପ୍ରଥମ ବିବାହ ୫ ବର୍ଷ ପୂର୍ବେ ହୋଇଥିଲା । ତାଙ୍କର ଦୁଇ ବର୍ଷର ଏକ ପୁଅ ମଧ୍ୟ ଅଛି । ଘଟଣାରୁ ପ୍ରକାଶ କିଛି ବର୍ଷ ପୂର୍ବେ ଅମ୍ବାଡୋଲାରେ ଯୁବକ ଜଣଙ୍କର ସାକ୍ଷାତ ଏହି କିନ୍ନର ସହ ପ୍ରଥମେ ହୋଇଥିଲା । ସେଠାରେ ଏହି କିନ୍ନରଟି ରାସ୍ତାରେ ଭିକ ମାଗୁଥିଲା । ସେଠାରେ କିନ୍ନରକୁ ପ୍ରଥମ ଦେଖାରେ ହିଁ ଯୁବକଟି ଭଲପାଇ ବସିଲା । ଏହାପରେ ଦିନେ ଯୁବକଟିର ପ୍ରଥମ ସ୍ତ୍ରୀ ଏବିଷୟରେ ଜାଣି ଯୁବକଟିକୁ ବାଧ୍ୟ କରିକି ପଚାରିବାରୁ ଯୁବକଟି ସତ ମାନିଥିଲା । ଏବଂ କିନ୍ନର ବିନା ରହିପାରିବନି ବୋଲି କହିଥିଲା । ଏହା ଶୁଣିବା ପରେ ପ୍ରଥମ ସ୍ତ୍ରୀକୁ ପ୍ରଥମେ ଝଟକା ଲାଗିଥିଲା । କିନ୍ତୁ ସ୍ୱାମୀର ସମ୍ମାନ ପାଇଁ ସେ କିନ୍ନରକୁ ନିଜ ପରିବାରର ଅଂଶ ଭାବେ ଗ୍ରହଣ କଲେ । ସ୍ତ୍ରୀର ସ୍ୱୀକୃତି ମିଳିବା ପରେ ଯୁବକ ଜଣକ ନାରଳାର ଏକ ମନ୍ଦିରରେ କିନ୍ନରକୁ ବିବାହ କରିନେଲେ । ଏହି ବିବାହ ସମାରୋହରେ ତା’ର ପରିବାର ଲୋକଙ୍କ ଛଡା କିନ୍ନର ସମୁଦାୟର କିଛି ଲୋକ ମଧ୍ୟ ସାମିଲ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।