କୋରେଇ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋରେଇ, (ଉମେଶ ସାହୁ); କୋରେଇ ବିଜେପି ଦଳ ତରଫରୁ ବରୁଣ୍ଡେଇ କଲ୍ୟାଣ ମଣ୍ଡପ ଆନୁକୁଲ୍ୟରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ପ୍ରତିବାଦରେ ପଦଯାତ୍ରା କରି ଲୋକମାନଙ୍କୁ ସଚେତନ କରାଇଥିଲେ। ବିଶ୍ୱଜିତ୍ ନାୟକଙ୍କ ସଭପତିତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ସାରଦା ନାୟକ, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, କୋରାଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ମୁଖ୍ୟ ଅତିଥି ବିଗତ 6 ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟ, ଦକ୍ଷତା ଉପରେ ଆଲୋକପାତ କରିବା ସଙ୍ଗେସଙ୍ଗେ ସଂଗଠନକୁ ମଜଭୁତ କରିବା ପାଇଁ କର୍ମୀମାନଙ୍କୁ ପ୍ରେରଣା ଦେଇଥିଲେ । ଆଗକୁ ତୃଣମୂଳ ସ୍ତରରେ ଦଳକୁ ସୃଢୁଧ କରିବା ସହିତ ପ୍ରଧାନମନ୍ତ୍ରୀଙ୍କର ଜନହିତ କର ଯୋଜନାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ସଭାପତି ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହା ସହିତ କିଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଷ୍ଟିକର ଲଗାଇ ଲୋକମାନଙ୍କୁ ପ୍ରଥ ଭ୍ରଷ୍ଟ କରାଯାଉଛି ଏବଂ ଟଙ୍କା ହଡ଼ପ କରାଯାଉଛି ଏଥିପ୍ରତି ଜାଗ୍ରତ ହେବା ପାଇଁ ସଭାପତି ବିଶ୍ୱଜିତ୍ ନାୟକ କର୍ମୀମାନଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଯୁବ ନେତା ବିକ୍ରମ କେଶରୀ ବିଶ୍ଵାଳଙ୍କ ସଂଚଳନରେ ଅନୁଷ୍ଠିତ ଏହି ସଭାରେ କୋରେଇ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ସମସ୍ତ ବିଜେପି ସରପଞ୍ଚ, ସମିତି ସଭ୍ୟ ଏବଂ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.