You are currently viewing ଚାକିରି  କରିଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଚାକିରି କରିଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏ ଏନ୍ ଏସ)୨୪/୦୮, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ । ଦୁଇ ଅଭିଯୁକ୍ତ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ କହି ଚାକିରୀ କରାଇଦେବା ପାଇଁ ଯୁବକଙ୍କ ନିକଟରୁ ଟଙ୍କା ନେଇଥିଲେ । ଚାକିରୀ କରାଇ ଦେବାକୁ କହି ଟଙ୍କା ନେଲେ, ପରେ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ମଧ୍ୟ ଦେଲେ । କିନ୍ତୁ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ନେଇଥିବା ଆଶାୟୀ ଚାକିରୀରେ ଯୋଗ ଦେବାକୁ ଯାଇ ଜାଣିଲେ ସେ ଏହି କାଗଜ ପତ୍ର ନକଲି । ପୁଣି ଟଙ୍କା ଫେରାଇବାକୁ କହିବାରୁ ଦିନ ପରେ ଦିନ ଗାଡି ଚାଲିଲା । ଶେଷରେ ଥାନାର ଦ୍ବାରସ୍ଥ ହେବାରୁ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୋଡ଼କ ଅଞ୍ଚଳର ଜ୍ୟୋତିରଞ୍ଜନ ବେହେରାଙ୍କର ବୋଡ଼କ ଅଞ୍ଚଳର ବିଶ୍ବଜିତ ମାଝୀ ଓ ଟାଟା ନଗର ଅଞ୍ଚଳର ବିଶ୍ବଜିତ ପାନଙ୍କ ସହ ଯୋଗାଯୋଗ ହୋଇଥିଲା । ସେମାନେ ରେଳବାଇରେ ଚାକିରୀ କରାଇ ଦେବାକୁ କହି ପ୍ରଥମେ ୨ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ପରେ ଅନ୍ୟମାନଙ୍କ ନିକଟରୁ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ନିଯୁକ୍ତି ପତ୍ର ଓ ପରିଚୟପତ୍ର ଦେଇଥିଲେ । କିନ୍ତୁ ସେ ସବୁ ନକଲି ବୋଲି ଜଣାପଡିଥିଲା ।ଦୁଇ ଅଭିଯୁକ୍ତ ଏମିତି ଭାବେ ଅନେକ ଅଞ୍ଚଳରୁ ଠକେଇ କରିଥିବା ସୂଚନା ମିଳିଛି । ତେବେ ଦୁଇ ଅଭିଯୁକ୍ତ ଟଙ୍କା ନ ଫେରାଇବାରୁ ଅଭିଯୋଗ କ୍ରମେ ପୋଲିସ ଦୁହିଁକୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।