You are currently viewing ୟୁଜି ଶେଷ ସେମିଷ୍ଟର ପରୀକ୍ଷା: ୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି

ୟୁଜି ଶେଷ ସେମିଷ୍ଟର ପରୀକ୍ଷା: ୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ କଲେଜର ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ସେ‌ପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ପରିଚଳନା ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଓଏମ୍‌ଆର ସିଟ୍‌ରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ପରୀକ୍ଷାର୍ଥୀ ଯେପରି ଉତ୍ତର ଖାତାକୁ ସଠିକ୍‌ ଭାବେ ପୂରଣ କରିଥିବେ ସେନେଇ ପରୀକ୍ଷା କେନ୍ଦ୍ର ସୁପରିନଣ୍ଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟର ସୁନିଶ୍ଚିତ କରିବେ।

ଅନ୍‌ଲାଇନ୍‌ ମୋଡ୍‌ରେ ଖାତା ମୂଲ୍ୟାୟନ ହେବ। ୭ରୁ ୧୦ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝି କହିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ସିଟିଂରେ ପରୀକ୍ଷା କରାଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।