ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକ

ବ୍ରହ୍ମପୁର(26.3.23):  ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା କରିବା। କବିସୂର୍ଯ୍ୟନଗର ଓ ହିଞ୍ଜିଳି କାର୍ଯ୍ୟକ୍ରମରେ ଯୋଗଦେଇ ଆହ୍ଵାନ୍‌ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୁଁ ଚାହେଁ ମାଆମାନେ ଉଦ୍ୟୋଗୀ ହୁଅନ୍ତୁ। ‘ମାଆ ମାନଙ୍କର ଉନ୍ନତି ହେଲେ, ଦେଶର ଉନ୍ନତି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କବିସୂର୍ଯ୍ୟନଗରବାସୀଙ୍କୁ ୩୧୬ କୋଟିର ଭେଟି ଦେଇଛନ୍ତି ନବୀନ। ୧୧ ହଜାର ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। SHG ମାଆମାନଙ୍କୁ ୨୮୦ କୋଟିରୁ ଅଧିକ ଋଣ ସହାୟତା ପ୍ରଦାନ କରାଯାଇଛି।ଗଞ୍ଜାମ ଜିଲ୍ଲାରେ ୫୦ ହଜାର ଲୋକ BSKYରେ ଉପକୃତ ହେଲେଣି। ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର। ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲର ରୂପାନ୍ତର ହେବ। ସବୁବେଳେ ଆପଣମାନଙ୍କ ପାଇଁ କାମ କରିଛି, କରି ଚାଲିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କବିସୂର୍ଯ୍ୟନଗର ପରେ ହିଞ୍ଜିଳିକାଟୁ ଗସ୍ତ କରିଥିଲେ। ହିଞ୍ଜିଳିବାସୀଙ୍କୁ ୫୭୬କୋଟିର ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୯ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୧୦୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ। ଦିନିକିଆ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.