ଭୁବନେଶ୍ୱର, ଏବେ ରାଜ୍ୟରେ କରୋନା ପାଇଁ ସମସ୍ତେ ମନ ଇଚ୍ଛା ଦର ନିର୍ଦ୍ଧାରଣ କରି ସାମଗ୍ରୀ ବିକ୍ରୀ କରୁଛନ୍ତି। ଏହାରି ମଧ୍ୟରେ ୧୬୩ ଜଣ ସାର ଡିଲର୍ ଚଢ଼ା ଦରରେ ବିକ୍ରି କରୁଥିବା ନେଇ ଧରାପଡ଼ିଛନ୍ତି। ସେମାନଙ୍କ ଲାଇସେନ୍ସକୁ ବାତିଲ କରାଯାଇଛି। ଏହାସହିତ ୯ ଜଣ ଡିଲରଙ୍କ ବିରୋଧରେ ବିଭାଗ ପକ୍ଷରୁ ଏତଲା ଦାୟର କରାଯାଇଛି। ଏହି ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି।