You are currently viewing ଗଶେଷ ପୂଜା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ: ହାଇକୋର୍ଟ

ଗଶେଷ ପୂଜା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ: ହାଇକୋର୍ଟ

ଭୁବନେଶ୍ୱର, ଗଣେଷ ପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା । ଏହି ମାମଲାର ଶୁଣାଣି କରି ଗଣେଷ ପୂଜା ହେବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ବୁଢ଼ା ଗଣେଷ ପୂଜା କମିଟି ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ହୋଇଥିଲା । କିନ୍ତୁ ଅନ୍ୟପଟେ ମଣ୍ଡପ, ସର୍ବସାଧାରଣରେ ପୂଜାକୁ ଓ ଟ୍ୱିନ ସିଟିରେ ମଧ୍ୟ ଗଣେଷ ପୂଜାକୁ ବାରଣ କରିଥିଲା କମିସନରେଟ ପୋଲିସ । କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଥିଲା । ପୂଜା ସମୟରେ ଆୟୋଜକ ମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ । ଧର୍ମୀୟ ପରମ୍ପରା ପାଳିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଓ ପୂଜା ପାଇଁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।