You are currently viewing ଠିକାଦାର ଓ ପ୍ରଶାସନର ମଧୁଚନ୍ଦ୍ରିକା !

ଠିକାଦାର ଓ ପ୍ରଶାସନର ମଧୁଚନ୍ଦ୍ରିକା !

ଢେ଼ଙ୍କାନାଳ-୦୩.୦୬.୨୦୨୧, ପିଲାମାନେ ଖେଳିବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖେଳପଡିଆ କରିବା ନିମନ୍ତେ ଅନୁଦାନ ଦେଉଛନ୍ତି । କିନ୍ତୁ ଏହା ସଫଳ ଭାବେ କାର୍ଯ୍ୟକ୍ଷମ ନହୋଇ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ ଈଶ୍ଵରାପାଳ ଗ୍ରାମ ମଶାଣି ନିକଟରେ ହୋଇଥିବା ଖେଳପଡ଼ିଆରେ । ଏହି ଖେଳପଡ଼ିଆ ତିଆରି ହୋଇଥିବା ନେଇ କୈାଣସି ସୂଚନା ଫଳକ ଅଦ୍ୟାବଧି ନିର୍ମିତ ହୋଇନାହିଁ ଯାହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି ।

ଏମିତି ବିପଦପୂର୍ଣ୍ଣ ଖେଳପଡ଼ିଆ ଦେଖି ପିଲାମାନେ ଖେଳିବେ କ’ଣ ଖେଳପଡ଼ିଆ କୁ ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି କାରଣ ଏହି ଖେଳପଡ଼ିଆ ଖାଲରେ ପରିପୂର୍ଣ୍ଣ । ଖେଳପଡ଼ିଆକୁ ଖେଳିବାକୁ ଯିବା ମାନେ ବିପଦକୁ ନିମନ୍ତ୍ରଣ କରିବା ସଙ୍ଗେ ସମାନ।

ଏମିତି ନିମ୍ନ ଧରଣର ଖେଳପଡ଼ିଆ କରାଯାଇଥିବା ବେଳେ କିଭଳି ପ୍ରଶାସନ ଏସବୁ ଜାଣିପାରିଲା ନାହିଁ ତାକୁ ନେଇ ଖେଳାଳିମାନେ ପ୍ରଶ୍ନ ଉଠାଇବା ସହ ଏମିତି ନିମ୍ନ ଧରଣର କାର୍ଯ୍ୟ ହେବା ଠିକାଦାର ଆଉ ପ୍ରଶାସନର ଏହା ମଧୁଚନ୍ଦ୍ରିକା ନୁହେଁ ତ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଖେଳାଳି ଏବଂ ଖେଳପ୍ରେମୀ ।

ସରକାର ଲକ୍ଷ ଲକ୍ଷ ଟଙ୍କା ଖେଳପଡ଼ିଆ ନିମନ୍ତେ ଦେଉଥିବା ବେଳେ ଏଠାରେ ଏଭଳି ନିମ୍ନ ମାନର କାର୍ଯ୍ୟ କୁ ନେଇ ଖେଳପ୍ରେମୀ ଆଉ ଖେଳାଳି ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତଦନ୍ତ କରାଯାଇ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।।

ଅନ୍ୟମାନଙ୍କୁ ଜଣାନ୍ତୁ।