ନୂଆଦିଲ୍ଲୀ ୦୮/୦୭, ରାଜନୈତିକ ସ୍ତରରେ ମମତା-ମୋଦୀଙ୍କ ମଧ୍ୟରେ କଣ ସମ୍ପର୍କ ତାହା ବୋଧହୁଏ କାହାକୁ ଅଛପା ନାହିଁ । ଉଭୟଙ୍କ ମଧ୍ୟରେ ରାଜନୈତିକ ମତଭେଦକୁ ନେଇ ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚା ହୁଏ । କିନ୍ତୁ ଏହି ରାଜନୈତିକ ମତଭେଦ ବ୍ୟକ୍ତିଗତ ସମ୍ପର୍କକୁ ଖରାପ କରିନି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଏକ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଛନ୍ତି । ୧୨ ବର୍ଷର ପରମ୍ପରାକୁ ପାଳନ କରିବା ସହ ଚଳିତ ବର୍ଷ ମଧ୍ୟ ପିଏମକୁ ଆମ୍ବ ପଠାଇଛନ୍ତି ମମତା । ବୁଧବାର ଏହି ଆମ୍ବକୁ ପିଏମଓକୁ ପଠାଯାଇଛି । ମିଳିଥିବା ସୂଚନା ମୁତାବକ, ବିଭିନ୍ନ କିସମର ଆମ୍ବ ପିଏମଓକୁ ପଠାଇଛନ୍ତି ମମତା । ଆଗାମୀ ଦିନେ କି ଦୁଇ ଦିନ ମଧ୍ୟରେ ଏହି ଆମ୍ବ ବାକ୍ସ ପିଏମଓ ଅଫିସରେ ପହଞ୍ଚିବ । କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୁହେଁ ବରଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ମଧ୍ୟ ଏହି ଆମ୍ବ ପଠାଇଛନ୍ତି ମମତା । ଗତବର୍ଷ ମମତା ବାନାର୍ଜୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଆମ୍ବ ପଠାଇଥିଲେ । କେବଳ ଏତିକି ନୁହେଁ ଦୁର୍ଗାପୂଜା ସମୟରେ ମମତା ବାନାର୍ଜୀ ତାଙ୍କୁ କୁର୍ତ୍ତା -ପାଇଜାମା ସହ ମିଠା ପଠାଇଥାନ୍ତି ବୋଲି କହିଥିଲେ ମୋଦୀ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍