You are currently viewing ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ। ପାସ୍ ହାର  ୯୬.୦୭ ପ୍ରତିଶତ।

ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ। ପାସ୍ ହାର  ୯୬.୦୭ ପ୍ରତିଶତ।

ଏଏନଏସ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ରାଜ୍ୟରେ ଏ ବର୍ଷ ୫ଲକ୍ଷ ୪୧ହଜାର ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବାବେଳେ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ଦିନ ୧୧ଟା ୩୦ ସୁଦ୍ଧା ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। www.bseodisha.ac.inରେ ମିଳିବ ରେଜଲ୍ଟ । ଇଣ୍ଟରନେଟ୍ ସୁବିଧା ନଥିଲେ ଏସଏମଏସ୍ କରି ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ହ୍ୱାଟ୍ସଆପରେ R10<RollNo> ଲେଖି 5676750ରେ ମେସେଜ୍ କଲେ ପାଇପାରିବେ ରେଜଲ୍ଟ । ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ୍ । ଏଥିପାଇଁ BSE/Hi ଲେଖି 7710058192 ହ୍ୱାଟ୍ସଆପ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।