ମଧ୍ୟରାତ୍ରୀରେ ପଥର ଫିଙ୍ଗି ଗାଡ଼ି ଭାଙ୍ଗିଲେ ଓ ଜେଲ ଗଲେ

ଭୁବନେଶ୍ୱର, କରୋନା ମହାମାରୀ ଲକଡାଉନ୍ ସମୟରେ କେତେକ ଯୁବକ ମଧ୍ୟରାତ୍ର ରେ ମଦ୍ୟପାନ କରି ବିଭିନ୍ନ କଲୋନୀରେ ଅସଭ୍ୟ ଭାବରେ ଗାଳି ଗୁଲଜ୍ କରିବା ସହିତ ଅନେକ ଜନସାଧାରଣଙ୍କ ଘର ସାମନାରେ ପାର୍କିଂ ଗାଡି ମୋଟର ଗୁଡିକ ଭଙ୍ଗାରୁଜା କରୁଥିଲେ ।

ଗତ ୨୧ ତାରିଖ ରାତ୍ର ଘ ୧.୨୦ ମି ସମୟରେ ଭୁବନେଶ୍ବର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ପ୍ଲଟ୍ ନମ୍ବର ଏଲ୍/୨୩୩ ସମ୍ମୁଖରେ ପାର୍କିଂ କରିଥିବା ଓଡି-୩୩ ୱାଇ-୦୧୯୯, ଟାଟା ହାରିଆର୍ କାର୍ ର ସମ୍ମୁଖ କାଚ କୁ ପଥର ଫିଙ୍ଗି ଭାଙ୍ଗିଦେଇଥିଲେ । ଉକ୍ତ ସମସ୍ତ ଘଟଣା ସିସିଟିଭି କଏଦ୍ ହୋଇ ରହିଯାଇଥିଲା, ଗାଡିର ମାଲିକ ବଳରାମ ପଣ୍ଡା ଖଣ୍ଡଗିରୀ ଥାନାରେ ଅଭିଯୋଗ କରିଥିଲେ, ଖଣ୍ଡଗିରୀ ଥାନା ଇନ୍ସପେକ୍ଟର ଘଟଣାଟିକୁ ତଦନ୍ତ କରି ଦୁର୍ବୃତ୍ତ ମାନଂକୁ ଗିରଫ୍ କରିଛନ୍ତି ।

Leave A Reply

Your email address will not be published.