ରାଜ୍ୟ ପୂର୍ତ୍ତ, ଇସ୍ପାତ ଏବଂ ଖଣି ମନ୍ତ୍ରୀ କରୋନା ଚିହ୍ନଟ

ଭୁବନେଶ୍ବର, ଓଡ଼ିଶାର ପୁଣି ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ପୂର୍ତ୍ତ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସେ ସୂଚନା ଦେଇଛନ୍ତି। ତାଙ୍କର ସଂକ୍ରମଣ ବିଷୟରେ ସୂଚନା ଦେଇ ମଲ୍ଲିକ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେ ସୁସ୍ଥ ଅଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ କରୋନା ପରୀକ୍ଷା କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.