You are currently viewing କଣ୍ଡକ୍ଟରଙ୍କ ର୍ଦୁବ୍ୟବହାର, ଯାତ୍ରୀ ଆହତ

କଣ୍ଡକ୍ଟରଙ୍କ ର୍ଦୁବ୍ୟବହାର, ଯାତ୍ରୀ ଆହତ

ଭୁବନେଶ୍ୱର, ଟ୍ୱିନସିଟିରେ ‘ମୋ ବସ’ ସେବା ଜନସାଧାରଣଙ୍କର ଜୀବନରେଖା ପାଲଟିଥିବାବେଳେ ସଂପୃକ୍ତ ବସ କର୍ମଚାରୀଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି । ଟ୍ୱିନସିଟିରେ ମୋ ବସର ଚାହିଦା ବେଶ ଅଧିକ । ଅଟୋ ଚାଳକ ମାନଙ୍କ ଦୌରାତ୍ମରୁ ବଞ୍ଚିବା ପାଇଁ ଜନସାଧାରଣ ଓଡିଶା ସରକାରଙ୍କ ‘ମୋ ବସ’ ସେବାର ସାହାରା ନେଉଥିବାବେଳେ ତାହାର ସୁଯୋଗ ନେଇ ମୋ ବସର କିଛି ଅସାଧୁ କର୍ମଚାରୀ ବାରମ୍ବାର ଯାତ୍ରୀମାନଙ୍କୁ ର୍ଦୁବ୍ୟବହାର ଦେଖାଇବା ଏପରିକି ଗତକାଲି ହଂସପାଳ ନିକଟରେ ଜନୈକ ମୋ ବସ ଯାତ୍ରୀଙ୍କୁ ଚଳନ୍ତା ବସରୁ ଠେଲିଦେବା ଦ୍ୱାରା ସେଗୁରୁତର ଆହତ ହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଆହତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଏହି ଘଟଣା ସମ୍ପର୍କରେ ସଫେଇ ଦେଇ ମୋ ବସ ପରିଚାଳନା କର୍ତ୍ତୁପକ୍ଷ କହିଛନ୍ତି ଯେ, ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।