ବ୍ରହ୍ମପୁର, ଆସନ୍ତା ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଜେନେରାଲ ଓପିଡ଼ି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦୀର୍ଘ ଦିନ ଓପିଡ଼ି ବନ୍ଦ ରହିଥିବା ଯୋଗୁଁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଓପିଡ଼ି ଖୋଲିବା ନେଇ ସାଧାରଣରେ ଦାବି ହେବାପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସୂଚନାଥାଉଛି, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓପିଡ଼ିକୁ ବନ୍ଦ କରିଦିଆ ଯାଇଥିଲା । ଖୋଲିବା ପରେ, ସମସ୍ତେ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ଆସିବାକୁ ପ୍ରଶାସନ ତରଫରୁ ସୂଚାଇ ଦିଆଯାଇଛି ।

୧୫ରୁ ଖୋଲିବ ଏମକେସିଜି ମେଡ଼ିକାଲର ଓପିଡ଼ି
- Post published:August 13, 2020
- Post category:ଓଡିଶା
- Reading time:1 mins read