You are currently viewing ଆରମ୍ଭ ହେଲା ‘ମୋ ବସ୍‌’ର ଏକ୍ସପ୍ରେସ ସେବା

ଆରମ୍ଭ ହେଲା ‘ମୋ ବସ୍‌’ର ଏକ୍ସପ୍ରେସ ସେବା

ଭୁବନେଶ୍ୱର (ଏଏନଏସ): ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ଓ ପୁରୀକୁ ଆରମ୍ଭ ହେଲା ମୋ ବସର ଏକ୍ସପ୍ରେସ ସେବା।   କ୍ୟାପିଟାଲ୍‌ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍‌ ଟର୍ମିନାଲ୍‌ (ସିିଏନ୍‌ବିଟି) ଏବଂ ପୁରୀ ବସ୍‌ ଷ୍ଟାଣ୍ଡ୍‌ ପର୍ଯ୍ୟନ୍ତ ‘ମୋ ବସ’ ଏକ୍ସପ୍ରେସ୍‌ ସେବା ଆରମ୍ଭ ହୋଇଛି। ତେବେ ବିମାନ ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ଏହି ବସ୍‌ ଚଳାଚଳ କରିବ।

ବିମାନବନ୍ଦରରୁ ପୁରୀ ବସ୍‌ଷ୍ଟାଣ୍ଡ୍‌ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୨୦୦ ଟଙ୍କା ରହିଥିବା ବେଳେ  କଟକ ନେତାଜୀ ବସ୍‌ ଟର୍ମିନାଲ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ଉପଲବ୍ଧ ଥିବା ‘ମୋ ବସ୍‌’ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।