You are currently viewing ପୋଲିସର କଡ଼ା ପେଟ୍ରୋଲିଂ ସତ୍ତ୍ୱେ ରାଜଧାନୀରେ ମାତିଛନ୍ତି ନିଶାଶକ୍ତ ଯୁବକ

ପୋଲିସର କଡ଼ା ପେଟ୍ରୋଲିଂ ସତ୍ତ୍ୱେ ରାଜଧାନୀରେ ମାତିଛନ୍ତି ନିଶାଶକ୍ତ ଯୁବକ

ଭୁବନେଶ୍ୱର, ଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ବଢ଼ିବାରେ ଲାଗିଛି, ଠିକ ସେହିପରି ରାଜଧାନୀରେ ନିଶାଶକ୍ତ ଯୁବକଙ୍କ ଉତ୍ପାତ୍ତ ମଧ୍ୟ ବଢ଼ିବଢ଼ି ଚାଲିଛି । ପୋଲିସକୁ ଖାତିର କରୁନାହାଁନ୍ତି ଏମାନେ । ସବୁଦିନ ରାତିରେ କୋଉଠି ନା କୋଉଠି କାଣ୍ଡ ଘଟାଉଛନ୍ତି । ଧିରେଧିରେ ରାଜଧାନୀବାସୀ ଏମାନଙ୍କ ପାଦୁର୍ଭାବରେ ଆତଙ୍କିତ ହେଲେଣି ।
ଗତକାଲି ରାତିରେ ନୟାପଲ୍ଲୀ ଅଞ୍ଚଳର ବେହେରାସାହିରେ କିଛି ନିଶାଶକ୍ତ ଯୁବକ ୫ରୁ ଉର୍ଦ୍ଧ୍ୱ କାର ଭଙ୍ଗାରୁଜା କରିବା ସହ ହୋଟେଲ ଭିତରେ ପଶି ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ ଏମାନଙ୍କୁ ସାବାଡ଼ କରିବା ଏବେ ରାଜଧାନୀ ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।