sahid jawan

ଆଜି ଜନ୍ମମାଟିକୁ ଯିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଆଜି ଜନ୍ମମାଟିକୁ ଆସିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଜନ୍ମମାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ଭୁବନେଶ୍ୱରରେ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିୀବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ାଙ୍କ ହଠାତ ମୃତ୍ୟୁ ହୋଇଥିଲା। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।