You are currently viewing ସରିଲା ନାମାଙ୍କନ ପତ୍ର ଦାଖଲ; ଆଜିଠୁ କମ୍ପିବ ପ୍ରଚାର ମଇଦାନ

ସରିଲା ନାମାଙ୍କନ ପତ୍ର ଦାଖଲ; ଆଜିଠୁ କମ୍ପିବ ପ୍ରଚାର ମଇଦାନ

ଭୁବନେଶ୍ୱର(ଏଏନଏସ)୦୮/୦୩, ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଯାଇଛି । ସୋମବାର ଶେଷ ଦିବସରେ ବହୁ ହେଭିୱେଟ୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଆଜିଠୁ କମ୍ପିବ ପ୍ରଚାର ମଇଦାନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆନୂଆ ରଣନୀତି କରିବେ ରାଜନୈତିକ ଦଳ । ଚଳିତ ଥର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବ ।
ତେବେ ପୌର ନିର୍ବାଚନରେ ପ୍ରଚାରରେ କୌଣସି କୋଭିଡ୍ କଟକଣା ରହିବ ନାହିଁ । ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର ପ୍ରଚାର କାର୍ଯ୍ୟ କରିପାରିବେ । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାବେଳେ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏଥର ନିର୍ବାଚନ ଇଭିଏମରେ କରାଯିବ । ପ୍ରତିଟି ବୁଥରେ ୨ଟି ଲେଖାଏଁ ଇଭିଏମ ରଖାଯିବ। ସେହିପରି ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୁଲିଂ ଅଫିସର ରହିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।