ନଦୀ ଗର୍ଭରୁ ଉଦ୍ଧାର ହେଲା ଶିବଲିଙ୍ଗ

ବଲାଙ୍ଗିର (ଏ ଏନ୍ ଏସ)୧୧/୧୦, ଦୁଇଟି ଶିବଲିଙ୍ଗ ପାଣି ଭିତରୁ ବାହାରିଛି। ଶିବଲିଙ୍ଗ ଦୁଇଟି ବହୁ ପୂରାତନର ବୋଲି ଅନୁମାନ କରାଯାଉଛି। ଏହା ଏକ ଅଲୌକିକ ଘଟଣା ଭାବି ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଚନ୍ଦନଭାଟି ଗାଁରେ ନଦୀ ଭିତରୁ ବାହାରିଥିବା ଶିବଲିଙ୍ଗକୁ ପୂଜା କରାଯାଉଛି। ସେଥିପାଇଁ ସେଠାରେ ଆଖପାଖ ଲୋକଙ୍କ ଗହଳି ଜମୁଛି।

ଚନ୍ଦନଭାଟି ଗାଁର କେତେକ ପିଲା ସୁକତେଲ ନଦୀରେ ଗାଧୋଉଥିଲେ। ପିଲାମାନେ ପାଣିରେ ଖେଳୁଥିବା ବେଳେ ପଥର ସଂସ୍ପର୍ଶରେ ଆସିଥିଲେ। ଏହା ପରେ ସେମାନେ ପାଣିରେ ବୁଡ଼ିଲା ବେଳେ ଶିବଲିଙ୍ଗକୁ ଦେଖିବାକୁ ପାଇଥିଲେ। ପରେ ଶିବଲିଙ୍ଗକୁ ପାଣିରୁ ଉଦ୍ଧାର କରି ନଦୀ କୂଳକୁ ଆଣିଥିଲେ। ଏବେ ଶିବଲିଙ୍ଗକୁ ଚନ୍ଦନଭାଟି ଗାଁରେ ଅବସ୍ଥାପିତ କରାଯାଇଛି। ଶିବଲିଙ୍ଗକୁ ବାବା ଚନ୍ଦନେଶ୍ୱର ନାଁରେ ପୂଜା କରାଯାଉଛି।

Leave A Reply

Your email address will not be published.