You are currently viewing ନନ୍ଦନକାନନରେ ବଢ଼ୁଛି ଭିଡ଼; ଖୁସି ନାହାଁନ୍ତି ପର୍ଯ୍ୟଟକ!

ନନ୍ଦନକାନନରେ ବଢ଼ୁଛି ଭିଡ଼; ଖୁସି ନାହାଁନ୍ତି ପର୍ଯ୍ୟଟକ!

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଗତକାଲି ରବିବାର ଥିବାରୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥିଲା । ଅନେକ ସଂଖ୍ୟାରେ ପର୍ଯ୍ୟଟକ ରାଜ୍ୟ ବାହାରୁ ମଧ୍ୟ ଆସିଥିଲେ । କରୋନା ପାଇଁ ବହୁ ଦିନ ଧରି ବନ୍ଦ ପଡ଼ିଥିଲା ନନ୍ଦନକାନନ । ରାଜ୍ୟସରକାରଙ୍କ ନିଷ୍ପତ୍ତି ପରେ ଏବେ କିଛିଦିନ ହେବ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ଏହି ପ୍ରାଣୀଉଦ୍ୟାନ ।

ପର୍ଯ୍ୟଟକ ପଶୁ ପକ୍ଷୀଙ୍କୁ ଦେଖୁଛନ୍ତି ସତ କିନ୍ତୁ ତାଙ୍କ ମନରେ ଅସନ୍ତୋଷ ରହୁଛି । କିଛି ପର୍ଯ୍ୟଟକ ଏଠାରେ ଥିବା ପଶୁପକ୍ଷୀଙ୍କୁ ଦେଖି ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି । ବିଶେଷକରି ବାଘମାନଙ୍କୁ ଦେଖି ନିରାଶ ହୋଇଛନ୍ତି । ସେମାନଙ୍କ କହିବା ମୂତାବକ, ପୂର୍ବଭଳି ଏମାନେ ହୃଷ୍ଟପୁଷ୍ଟ ନାହାଁନ୍ତି । ବୋଧହୁଏ ଏମାନଙ୍କର ସଠିକ୍ ଦେଖାଶୁଣା କରୁନାହାଁନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଏଦିଗରେ ଧ୍ୟାନ ଦେଇ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବପରି କରିବାକୁ ମତ ରଖିଛନ୍ତି କିଛି ପର୍ଯ୍ୟଟକ ।

କାରଣ ଏମାନେ ହେଉଛନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ । ଏମାନଙ୍କୁ ଦେଖିବାପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଧାଇଁ ଆସୁଛନ୍ତି । ଯଦି ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନରହିବ, ତେବେ କାହିଁକି ପର୍ଯ୍ୟଟକ ଏଠାକୁ ଆସିବେ ବୋଲି ପ୍ରଶ୍ନ କରିଛନ୍ତି ବାହାରୁ ଆସିଥିବା କିଛି ପର୍ଯ୍ୟଟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।