You are currently viewing ନବମ ଓ ଦଶମ ଶ୍ରେଣୀ ପାଇଁ ବୋର୍ଡର ନୂଆ ପରୀକ୍ଷା ପଦ୍ଧତି

ନବମ ଓ ଦଶମ ଶ୍ରେଣୀ ପାଇଁ ବୋର୍ଡର ନୂଆ ପରୀକ୍ଷା ପଦ୍ଧତି

ଭୁବନେଶ୍ୱର-୧୧.୦୮.୨୦୨୧, କରୋନା ଭାଇରସ ସଂକ୍ରମଣ ପରେ ସ୍କୁଲମାନଙ୍କରେ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ମାଧ୍ୟମରେ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା । ଆଗକୁ ପରୀକ୍ଷା ବାତିଲ ହେଲେ ମୂଲ୍ୟାୟନ ପ୍ରକ୍ରିୟା ସହଜ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ପରୀକ୍ଷା ପଦ୍ଧତି ଯୋଜନା ପ୍ରସ୍ତୁତ କରାଯାଇଛି । ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ରେ ଜୁଲାଇ ମାସରୁ ଶିକ୍ଷାଦାନ ଆରମ୍ଭ ହୋଇ ଏପ୍ରିଲ୍‌ରେ ଶେଷ ହେବ । ଏଥିସହ ଏହି ଶିକ୍ଷାବର୍ଷକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଜୁଲାଇ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଡିସେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ । ବୋର୍ଡ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନପତ୍ରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ୩୦ ପ୍ରତିଶତ ନମ୍ବର ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ୫୦ ପ୍ରତିଶତ ନମ୍ବର ରହିବ। ଦୁଇ ପର୍ଯ୍ୟାୟ ମାର୍କ ସହ ସ୍କୁଲରେ ହୋଇଥିବା ଆଭ୍ୟନ୍ତରୀଣ ମୂଲ୍ୟାୟନର ୨୦ ପ୍ରତିଶତ ମାର୍କକୁ ମିଶାଇ ପରୀକ୍ଷାର୍ଥୀଙ୍କର ସମୁଦାୟ ମୂଲ୍ୟାୟନ ହେବ । ନଭେମ୍ବର ଶେଷ ସପ୍ତାହରେ ପ୍ରଥମ ଟର୍ମ ପରୀକ୍ଷା ହେବ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ଟର୍ମ ପରୀକ୍ଷା ହେବ।ସୂଚନା ଅନୁସାରେ ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ। ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାକୁ ପଡ଼ିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।