You are currently viewing ନୟାଗଡ଼ ଜିଲ୍ଲା ସଦର ଚିକିତ୍ସାଳୟରେ କରୋନା ନିୟମକୁ ବେଖାତିରି

ନୟାଗଡ଼ ଜିଲ୍ଲା ସଦର ଚିକିତ୍ସାଳୟରେ କରୋନା ନିୟମକୁ ବେଖାତିରି

ନାୟାଗଡ଼, (ବନ୍ଦିତା ଦାସ); ରାଜ୍ୟରେ କରୋନା ପରିସ୍ଥିତି ଗମ୍ଭୀର ହେଉଥିବାବେଳେ, ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଛି । ମାତ୍ର ଜିଲ୍ଲା ସଦର ଚିକିତ୍ସାଳୟରେ କରୋନା ଆକ୍ରାନ୍ତଙ୍କ ପାଇଁ ପରୀକ୍ଷା ହେଉଥିବା ଗୃହଟି ସାଧାରଣ ରୋଗୀଙ୍କ ଚିକତ୍ସା ପାଇଁ ଥିବାବେଳେ, ସେଠାରେ କରୋନ ଆକ୍ରାନ୍ତଙ୍କ ସ୍ୱାବ ପରୀକ୍ଷାକୁ ନେଇ ଅନ୍ୟ ରୋଗୀମାନେ ଛାନିଆ ହେଉଛନ୍ତି । ଏତଦ୍‌ବ୍ୟତୀତ ସଂକ୍ରମିତ ରୋଗୀମାନେ ଡାକ୍ତରଖାନା ପରିସରରେ ମନଇଚ୍ଛା ବୁଲାବୁଲି କରିବାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।