You are currently viewing ରିଲିଜ ହେଲା ଓଡିଆ ଫିଲ୍ମ ‘ଡେଲିଭରୀ ବୟ’

ରିଲିଜ ହେଲା ଓଡିଆ ଫିଲ୍ମ ‘ଡେଲିଭରୀ ବୟ’

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୭.୪.୨୩) : ଭିନ୍ନ ଏକ କାହାଣୀକକୁ ନେଇ ସିନେମା ହଲରେ ଆଜି ରିଲିଜ ହୋଇଛି ଡେଲିଭରି ବୟ । ନିଚ୍ଛକ ଏବଂ ସତନ୍ତ୍ର କାହାଣୀ ଆଧାରରେ ପ୍ରସ୍ତୁତ ହୋଇଛି ଏହି ଓଡ଼ିଆ ଫିଲ୍ମ । ମହାରାଜା ହଲରେ ଆଜି ପ୍ରିମିୟର ଶୋ ଦେଖିବାକୁ ପ୍ରବଳ ଭିଡ ହୋଇଛି । ଅଭିନେତା, ଅଭିନେତ୍ରୀଙ୍କ ସହ କଳାକାଳଙ୍କୁ ସିନେମା ହଲ ପରିସରରେ ଦେଖିବାକୁ ମିଳିଛି । ଏହି ସିନେମାରେ ବୁଦ୍ଧାଦିତ୍ୟ, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ, ପ୍ରିୟମ୍ବଦା ଓ ପୁପୁଲ୍ ପ୍ରମୁଖ ଅଭିନୟ କରିଛନ୍ତି । ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ଏହାର ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି । ସୂଚନାଯୋଗ୍ୟ, ‘ଡେଲିଭରି ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି । ତେବେ ପ୍ରଥମ ଦିନରେ ପ୍ରଥମ ଶୋ ଦେଖିବାକୁ ଦର୍ଶକଙ୍କ ବି ବେଶ ଆଗ୍ରହ ଦେଖାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।