ତାପଙ୍ଗ, ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳରେ ଥିବା ହାତିଆ ମୁଣ୍ଡିଆକୁ ନିଷିଦ୍ଧା ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହି ସ୍ଥାନ ଓଡ଼ିଶାର ଲଦାଖ୍ ନାମରେ ପରିଚିତ। କିଛି ଦିନ ହେବ ଏହି ସ୍ଥାନରେ ଯୁବପିଢିଙ୍କ ଭିଡ଼ ଦେଖିବାକୁ ମିଳୁଥିଲା। ସୂଚନା ଯୋଗ୍ୟ ଯେ, ଏହି ସ୍ଥାନ ଏକ ପଥର ଖଣି ଅଞ୍ଚଳ ହୋଇଥିବାରୁ, ଏଠାରେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି। ଏହି ଅଞ୍ଚଳରେ ପାଣି ଜମିରହିଥିବାରୁ, ଏଠାରେ ବିପଦ ମଧ୍ୟ ଅଛି। ତେଣୁ ଏସବୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ତା ସହିତ ଯଦି କୌଣସି ବ୍ୟକ୍ତି ଅମାନିଆ ହୋଇ ସେଠାକୁ ଯାଏ, ତେବେ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି ।

ନିଷିଦ୍ଧାଞ୍ଚଳ ହେଲା ଓଡ଼ିଶାର ଲଦାଖ୍
- Post published:September 28, 2020
- Post category:ଓଡିଶା
- Reading time:1 mins read