You are currently viewing ଦ୍ୱିତୀୟ ଦିନରେ “ମହାକାଳୀ”  ବେଶରେ ମା ଭଦ୍ରକାଳୀ

ଦ୍ୱିତୀୟ ଦିନରେ “ମହାକାଳୀ” ବେଶରେ ମା ଭଦ୍ରକାଳୀ

  • Post category:ଓଡିଶା
  • Reading time:1 mins read

ଭଦ୍ରକ (ଏଏନଏସ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଆଜି ଦ୍ୱିତୀୟ ଦିନରେ “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପା ବେଶ ଧାରଣ କରିଥାନ୍ତି। ଅନ୍ୟ ସମସ୍ତ ଦିନରେ ମା ଭଦ୍ରକାଳୀ ଶାନ୍ତ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିନ୍ତି। ମା ଭଦ୍ରକାଳୀ ଆଜି ମହାକାଳୀ ବେଶ ଧାରଣ କରି ଗଳାରେ ନରମୁଣ୍ଡ ମାଳୀ, ହାତରେ ଖଡ଼ଗ ସହ ନୀଳ ବର୍ଣ୍ଣ ରୂପରେ ମା’ ଦର୍ଶନ ଦେଉଛନ୍ତି ଭକ୍ତମାନଙ୍କୁ।

ଏହି ସପ୍ତମାତୃକା ବେଶରେ ମା ଭଦ୍ରକାଳୀ ଆଜି ଗୋଟିଏ ଦିନରେ ଉଗ୍ରରୂପା ମାହାକାଳୀ ବେଶରେ ଦର୍ଶନ ଦେଉଛନ୍ତି। ମା ଏହି ରୂପ ଧାରଣ କରି ସଂସ୍କାରରୁ ପାପି ମାନଙ୍କୁ ବିନାଶ କରିବା, ଅନ୍ୟାୟକୁ ବିନାଶ କରିବା, ଦୁଷ୍କମୀ ମାନଙ୍କୁ ଦଣ୍ଡ ଦେବା ସହ ସତ୍ୟ ନ୍ୟାୟରେ ଥିବା ଭକ୍ତ ମାନଙ୍କୁ ସୁରକ୍ଷା ଦେଇଥାନ୍ତି। ଏହି ବେଶ ଦର୍ଶନ କଲେ ଭକ୍ତ ମାନଙ୍କ ପାପ କ୍ଷୟ ହେବାସହ ଦୁଶ୍ଚିନ୍ତା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଏହି ପୀଠରେ ସପ୍ତଚଣ୍ଡୀ ପାଠ ସହ ମହାଯଂଜ୍ଞ ଅନୁଷ୍ଠିତ ହେଉଛି। ମା’ ୭ ଦିନରେ ୭ଟି ବେଶ ଧାରଣ କରିବେ। କାଳୀପୂଜା ପାଇଁ ପ୍ରକମ୍ପିତ ହେଉଛି ମା ଙ୍କର ଏହି ପୀଠ। ମାଁ’ଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।