ଭୁବନେଶ୍ୱର, ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ । ଏହା ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରାଯାଉଛି । ଭୁବନେଶ୍ବରର ୮ଟି ଏମ୍ସିସିରୁ ବାହାରୁଛି ଜୈବିକ ସାର । ୫ କେଜି ଖତ ପାଇଁ ଗ୍ରାହକଙ୍କୁ ୧୨୫ ଟଙ୍କା ଦେବାକୁ ପଡିବ । ‘ମୋ ଖତ’ର ଡୋର ଡେଲିଭରି ବ୍ୟବସ୍ଥା ମଧ୍ୟ ରହିଛି ।
