ଭୁବନେଶ୍ୱର (ଏଏନଏସ)୧୫/୧୦, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଦ୍ବାରା ଚୟନ ନିଯୁକ୍ତି ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପରି ଓଏସ୍ଏସ୍ସି ଦ୍ବାରା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରାର୍ଥୀଙ୍କ ଆବେଦନଠାରୁ ଆରମ୍ଭ କରି ପରୀକ୍ଷାଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଷ୍ଟାଫ୍ ସିଲେକ୍ସନ କମିସନ କରିବ। ଗଣଶିକ୍ଷା ବିଭାଗ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ କି ତାହାକୁ ମାନିବାକୁ ଓଏସ୍ଏସ୍ସି ବାଧ୍ୟ ନୁହେଁ। ସୁବିଧା ଅନୁଯାୟୀ ଚୟନ ପ୍ରକ୍ରିୟା କରିବାକୁ ଓଏସ୍ଏସ୍ସିକୁ କ୍ଷମତା ଦିଆଯିବ। ଗତ ଦୁଇଟି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଇତିମଧ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ପଦ ତାଲିକା ପ୍ରସ୍ତୁତ କରାଯାଇଛି । ଖାଲିଥିବା ମୋଟ ୭ହଜାର ୫୪୦ ପଦରେ ଖୁବ୍ଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ। କେବେ ଏହି ନିଯୁକ୍ତି ପ୍ରକ୍ରିୟା ହେବ, ସେନେଇ ଓଏସ୍ଏସ୍ସି ସହ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ତେବେ ୨୦୨୨-୨୩ ଶିକ୍ଷାବର୍ଷରେ ହିଁ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ