You are currently viewing ଆସିଲା ଡିଜିଟାଲ ମିଡିଆ ଗାଇଡଲାଇନ

ଆସିଲା ଡିଜିଟାଲ ମିଡିଆ ଗାଇଡଲାଇନ

ନୂଆଦିଲ୍ଲୀ- କଳ୍ପନା ଜଳ୍ପନାର ଅବସାନ ଘଟାଇ କେନ୍ଦ୍ର ସରକାର ଓଟିଟି ସୋସିଆଲ ମିଡିଆ ଗାଇଡଲାଇନ ଜାରି କରିଛନ୍ତି । ମିଳିଥିବା ସୂଚନା ମୁତାବକ ଆସନ୍ତା ତିନିମାସ ଭିତରେ ସଂପୂର୍ଣ୍ଣ ଗାଇଡଲାଇନ ପ୍ରସ୍ତୁତ କରିବେ କେନ୍ଦ୍ରସରକାର । କୌଣସି ଆପତ୍ତି ଜନକ ପୋଷ୍ଟ ହେଲେ ୨୪ ଘଣ୍ଟା ମଧ୍ୟରେ ଏହାକୁ ଅପସାରଣ କରିବାକୁ ପଡିବ । ସୂଚନା ମନ୍ତ୍ରଣାଳୟ ଅଧିନରେ ରହିବ ଓଟିଟି । ଗଠନମୂଳକ ସମାଲୋଚନାକୁ ସ୍ୱାଗତ କରିବେ କେନ୍ଦ୍ରସରକାର । ସବୁ ସର୍ଭିସ ପ୍ରୋଭାଇଡରମାନେ ଅଭିଯୋଗ ସେଲ ରଖିବା ବାଧ୍ୟତାମୂଳକ କରାଯାଇଛି । ଓଟିଟି ପାଇଁ ତିନିଥାକିଆ ଯାଞ୍ଚ ବ୍ୟବସ୍ଥା କରାଯିବ । ପ୍ରେସମିଟରେ ଏସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।