You are currently viewing ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୨୫ ବୁଥରେ ପୁନଃ ମତଦାନ ପ୍ରସ୍ତାବ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୨୫ ବୁଥରେ ପୁନଃ ମତଦାନ ପ୍ରସ୍ତାବ

ଭୁବନେଶ୍ୱର(ଏଏନଏସ)୧୭.୦୨.୨୦୨୨, ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ଦେଖିବାକୁ ମିଳିଥିଲା । ଏହି ସ୍ଥାନ ଗୁଡିକରେ ମୋଟ ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ବୁଥରେ ରି-ପୋଲ ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ପୁରୀ ଓ ଭଦ୍ରକରେ ୫ ଲେଖାଏଁ, ଢେଙ୍କାନାଳରେ ୪ ବୁଥରେ ରି-ପୋଲ୍ ପ୍ରସ୍ତାବ ଦିଆଯାଇଛି । ଏନେଇ ଜିଲ୍ଲାପାଳମାନଙ୍କଠାରୁ ନିର୍ବାଚନ କମିଶନରଙ୍କ ପାଖକୁ ପ୍ରସ୍ତାବ ଆସିଛି । ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରିବା ପରେ ନିଷ୍ପତ୍ତି ନେବେ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।