pandian

ବୀରମିତ୍ରପୁରରେ ମୋଦୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ 

ଏଏନଏସ: ବୀରମିତ୍ରପୁରରୁ ଆଜି ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ । ଓଡିଶାକୁ ଏକ ନମ୍ବର କରିବା ବକ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ । ମୋଦୀ ଗୁଜରାଟ ସହ ଓଡିଶାକୁ ତୁଳନା କରି କହିଥିବା ବେଳେ ପାଣ୍ଡିଆନ ମୋଦୀଙ୍କୁ ଓଡିଶା ତୁଳନାରେ ଅପପୃଷ୍ଟି, ଆନିମିଆ ଭଳି ରୋଗ ଗୁଜରାଟରେ କେତେ ମାତ୍ରାରେ ରହିଛି ତାର ରିପୋର୍ଟ ଦେଇଛନ୍ତି ।

ପାଣ୍ଡିଆନ୍ କହିଥିଲେ, ଆପଣ କହିଲେ ବିଜେପି ସରକାରକୁ ଆସିଲେ ଓଡିଶାକୁ ଏକ ନମ୍ବର କରିଦେବେ? ମୁଁ ପଚାରିବି ଆପଣ ଗୁଜରାଟକୁ ଏକ ନମ୍ବର କରିପାରିଲେ କି? ଗତଥର ଆସିଲା ବେଳେ ଆପଣ ଅପପୃଷ୍ଟି କଥା କହିଥିଲେ । ଭାରତର ଅପପୃଷ୍ଟି ମାତ୍ରା ହେଉଛି ୩୨ ପ୍ରତିଶତ । ଗୁଜରାଟରେ ସେ ସଂଖ୍ୟା ହେଉଛି ୪୦ ପ୍ରତିଶତ ଆଉ ଓଡିଶାରେ ୨୯ ପ୍ରତିଶତ । ଏହି ରିପୋର୍ଟରୁ ଦେଖନ୍ତୁ ଗୁଜରାଟ କେଉଁଠି ଆଉ ଓଡିଶା କେଉଁଠି । ଆନିମିଆରେ ଓଡିଶାର ନମ୍ବର ହେଉଛି ୬୪, ଭାରତର ନମ୍ବର ହେଉଛି ୬୭ ଓ ଗୁଜରାଟର ନମ୍ବର ହେଉଛି ୮୦ । ମହିଳାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାର ନମ୍ବର ହେଉଛି ୬୫, ଭାରତର ନମ୍ବର ହେଉଛି ୫୯, ଗୁଜରାଟର ନମ୍ବର ହେଉଛି ୬୯ ।

ଓଡିଶାରେ ଥିବା ସବୁ ହାଇସ୍କୁଲକୁ ଆମ ମୁଖ୍ୟମନ୍ତ୍ରୀ ରୂପାନ୍ତୀକରଣ କରିଛନ୍ତି । ୫ଟିରେ ସାମିଲ କରି ରୂପାନ୍ତୀକରଣ କରିଛନ୍ତି । ଆମ ସ୍କୁଲରେ ବ୍ଲାକ ବୋର୍ଡ ନାହିଁ, ସବୁ ସ୍କୁଲରେ ଡିଜିଟାଲ ବୋର୍ଡ । ଆପଣଙ୍କ ସ୍କୁଲରେ ଏବେ ବି ବ୍ଲାକ ବୋର୍ଡରେ ଚାଲିଛି । ଏଇଟା ହେଉଛି ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସେଇଟା ହେଉଛି ଆପଣଙ୍କ ରାଜ୍ୟ ବୋଲି କଡା ସମାଲୋଚନା କରିଥିଲେ ପାଣ୍ଡିଆନ୍ ।

ପାଣ୍ଡିଆନ ଆହୁରି କହିଥିଲେ, ଓଡିଶାରେ ମୁଣ୍ଡ ପିଛା ଲୋନ ୧୨ ପ୍ରତିଶତ, ଆପଣଙ୍କ ଗୁଜରାଟବାସୀଙ୍କ ମୁଣ୍ଡ ଉପରେ ଲୋନର ବୋଝ ବହୁତ ଅଧିକ । ଏବେ କୁହନ୍ତୁ ସାର ଓଡିଶାକୁ ଯଦି ନମ୍ବର ୧ କରିବାର ଅଛି ସେଟା କେବଳ ନବୀନ ପଟ୍ଟନାୟକ କରିପାରିବେ। ଆପଣ ଚେଷ୍ଟା କରନ୍ତୁ ଦେଶକୁ ୧ ନମ୍ବର କରନ୍ତୁ, ବେରୋଜଗାରୀ ଦୂର କରନ୍ତୁ, ତେଲ ଦର କମ କରନ୍ତୁ, ଏଲପିଜିର ଦର କମ କରନ୍ତୁ । ଓଡିଶା ଯାହା ପାଇବା ଦରକାର ତାକୁ ଦିଅନ୍ତୁ। ଭାରତକୁ ଏକନମ୍ବର କରନ୍ତୁ । ଓଡିଶା ପାଇଁ କେବଳ ନବୀନ ପଟ୍ଟନାୟକ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।