କାନପୁର୦୫/୧୦, କାନପୁରବିହ୍ଲୌର ସ୍ଥିତ ଗଙ୍ଗାଘ।।ଟରେ ପାଣିରେ ପଶି ଫଟୋ ଉଠାଉଥିବା ସମୟରେ ପାଣିରେ ବୁଡିଯାଇ ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ ସମେତ ଏସଡିଆରଏଫ୍ ଏବଂ ଗୋତାଖୋରୀର ସର୍ଚ୍ଚ ଅପରେସନ୍ ଟିମ୍ । ସୂଚନା ମୁତାବକ, ସୌରଭ କଟିୟାରଙ୍କ ଦାଦାଙ୍କ ଦୋକାନ ଉଦଘାଟନ ହେବାର ଥିଲା । ଏଥିରେ ଯୋଗଦେବାକୁ ତାଙ୍କ ସମ୍ପର୍କୀୟ ଓ ତାଙ୍କ ପିଲାମାନେ ଆସିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅନୁଷ୍କା, ତନୁ, ମନୁ, ଆଂଶିକା ଓ ସୌରଭ ସମସ୍ତେ ମିଶିି ମଙ୍ଗଳବାର ଦ୍ୱିପହର ସମୟରେ ଗଙ୍ଗାଘାଟକୁ ଯାଇ ପାଣିରେ ପଶି ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ । ବାହାରେ ରହି ଗୌରୀ ଏମାନଙ୍କ ଫଟୋ ଉଠାଇଥିଲା । ଠିକ୍ ଏହି ସମୟରେ ଆଂଶିକା ପାଣିରେ ବୁଡିବାକୁ ଲାଗିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ସମସ୍ତେ ଜଣକ ପରେ ଜଣେ ପାଣି ଭିତରକୁ ପଶିଯାଇଥିଲେ । ଚାହୁଁଚାହୁଁ ସମସ୍ତେ ବୁଡିଯାଇ ଗଙ୍ଗାର ସ୍ରୋତରେ ଭାସିଯାଇଥିଲେ । ବୁଧବାର ରାତିରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୫ ଜଣଙ୍କୁ ଖୋଜା ଜାରି ରହିଛି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା