କେନ୍ଦୁଝର, ନୂଆବର୍ଷର ଆରମ୍ଭରେ ଭକ୍ତମାନେ ମନ୍ଦିରରେ ନିଜ ଇଷ୍ଟଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ଇଷ୍ଟଙ୍କ ଆଶୀର୍ବାଦ ନେଇ ବର୍ଷର ଆରମ୍ଭ କରିଥାନ୍ତି କିନ୍ତୁ କରୋନା ମହାମାରୀର ଭୟାବହତା ଯୋଗୁଁ ଭିଡକୁ ଏଡାଇବା ପାଇଁ ଚଳିତ ବର୍ଷ ଜାନୁଆରୀ ୧ ଏବଂ ୨ ତାରିଖରେ ମନ୍ଦିର ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖାଯାଇଛି । ଓଡିଶାର ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ମା’ ଘଟଗାଁ ତାରିଣୀ ହେଉଛନ୍ତି ଅନ୍ୟତମ । ତେବେ ପ୍ରତ୍ୟେକ ବର୍ଷ ନୂଆବର୍ଷରେ ମା’ ତାରିଣୀଙ୍କ ଆଶୀର୍ବାଦ ପାଇଁ ସେଠାରେ ଭକ୍ତଙ୍କ ଭିଡ ଜମିଥାଏ । ତେବେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ । କିନ୍ତୁ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ଲାଗି ଅନଲାଇନ ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ତେବେ ଭକ୍ତମାନେ ମା’ଙ୍କୁ ମୁଖଶାଳା ନିକଟରେ ଅନଲାଇନରେ ଏବଂ ସୋସିଆଲ ମିଡିଆରେ ଲାଇଭ ଦର୍ଶନ କରିବାର ସୁଯୋଗ ପାଇଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଏଲଇଡିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ତେବେ ଦୀର୍ଘ ୯ ମାସ ପରେ ଭକ୍ତମାନେ ମା’ଙ୍କ ଆଳତୀର ଦର୍ଶନ କରିବାକୁ ପାଇଥିଲେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ