You are currently viewing ନଭେମ୍ବର ୧ରୁ ୟୁଜି, ୧୫ରୁ ପିଜି କ୍ଲାସରୁମ୍ ପାଠପଢ଼ା

ନଭେମ୍ବର ୧ରୁ ୟୁଜି, ୧୫ରୁ ପିଜି କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର(ଏଏନଏସ) ୨୭.୧୦.୨୦୨୧, ନଭେମ୍ବର ୧ରୁ ଯୁକ୍ତ ତିନି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପିଲାମାନଙ୍କର ମଧ୍ୟ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ । ଏ ନେଇ ଉଚ୍ଚ ଶିକ୍ଷା ସଚିବ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । 
କରୋନା ସଂକ୍ରମଣ କମିଥିବାରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । କୋଭିଡ କଟକଣା ଭିତରେ ନୂଆ କରି ଆଡମିସନ କରିଥିବା ଛାତ୍ରଛାତ୍ରୀମାନେ କଲେଜ ଆସିବେ। କ୍ୟାମ୍ପସ ପରିସରରେ କରୋନା କଟକଣା କୁ କଡାକଡି ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି । ପିଲାମାନେ କିଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ପାଠପଢିବେ ସେନେଇ କଲେଜ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ସେହିପରି ହଷ୍ଟେଲଗୁଡିକୁ ମଧ୍ୟ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।