You are currently viewing ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି

ଭୁବନେଶ୍ୱର-୧୯.୦୪.୨୧, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିବା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମେ ୧୩ରେ ଏହି ନିର୍ବାଚନ ହେବ ।

ଏପ୍ରିଲ ୨୬ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ଦାଖଲ କରିବାର ଧାର୍ଯ୍ୟ ସମୟ ସ୍ଥିର ବେଳେ ଏପ୍ରିଲ ୨୭ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୨୯ ତାରିଖ ରହିଛି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ସୂଚନାଯୋଗ୍ୟ ଯେ, କେବଳ କଂଗ୍ରେସ ଦଳକୁ ନିଜର ନୂତନ ପ୍ରାର୍ଥୀ ଦେବା ପାଇଁ ସୁଯୋଗ ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।