You are currently viewing ଆଜିଠୁ ପିତୃପକ୍ଷ ଆରମ୍ଭ, ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିବାର ଲୋକ

ଆଜିଠୁ ପିତୃପକ୍ଷ ଆରମ୍ଭ, ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିବାର ଲୋକ

  • Post category:ଓଡିଶା
  • Reading time:1 mins read

ପୁରୀ-୨୧.୦୯.୨୦୨୧, ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିବାରୁ ,ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି।

ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡ ଦାନ କରିଛନ୍ତି। ଏନେଇ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରୀଣି ଓ ମହୋଦଧୀରେ ଭିଡ ଦେଖିବାକୁ ମିଳଥିଲା।

ଶ୍ରଦ୍ଧାଳୁମାନେ ପିତୃ ପୁରୁଷ ଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ ଅର୍ପଣ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୫ ଦିନ ଧରି ପିତୃପୁରୁଷଙ୍କ ଉଦେଶ୍ୟରେ ତର୍ପଣ କରିବାର ବିଧି ରହିଥିବା ବେଳେ।ଆସନ୍ତା ମହାଳୟା ଅମାବାସ୍ୟା ପଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।