ପାଲଲହଡା, ଅନୁଗୋଳ ଜିଲ୍ଲାର ପାଲଲହଡା ବ୍ଲକ ରେ ଥିବା ସହକାରୀ ଫଳବଗିଚାରେ ଲକ୍ଷାଧିକ ଟଙ୍କାର ଚାରା ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ୨୦୨୦ ମେ ମାସରେ ହିସାବ ଅନୁଯାୟୀ ଗତ ବର୍ଷର ଷ୍ଟକ ଏବଂ ଚଳିତ ବର୍ଷ ୨୦,୦୦୦ ଚାରା ଉତ୍ପାଦନ କୁ ମିଶାଇ ମୋଟ ୧୫୮୮୮୪୫ ଚାରା ଗଛ ମହଜୁଦ ଥିଲା।

ଏ ବର୍ଷ ବିତରଣ ୧୦୬୩୧୪ ଚାରା ବିତରଣ ପରେ ୫୨୮୩୧ ଚାରା ରହିବା କଥା କିନ୍ତୁ ଏବେ ୯୭୦୦ ଚାରା ଉଦ୍ୟାନରେ ମହଜୁଦ ଅଛି । ତେଣୁ ୪୨୮୩୧ ଚାରା ଗଛ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଉକ୍ତ ଗଛର ଆନୁମାନିକ ମୂଲ୍ୟ ୬ ରୁ ୭ ଲକ୍ଷ୍ୟ ବୋଲି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କୁଶ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି।

ଚାରା ଉତ୍ପାଦନ ଓ ବିତରଣ ଦାୟିତ୍ୱ ରେ ଥିବା HEW ଡମ୍ବରୁଧର ନାୟକଙ୍କୁ ଘୋଟାଲାରେ ଲିପ୍ତ ଥିବା ଅନୁମାନ କରି ତାଙ୍କୁ ଦାଇତ୍ଵରୁ ବାହାର କରିଦିଆ ଯାଇଛି । ଯେଉଁ ଚାରାକୁ ଚାଷୀ ଙ୍କୁ ସ୍ୱଳ୍ପ ଅର୍ଥରେ ଯୋଗାଇଦେବା କଥା ଉକ୍ତ ଚାରାକୁ ଅନ୍ୟତ୍ର ଯୋଗାଣ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏହି ଘୋଟଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି ।