ଆଜିଠୁ ଗଞ୍ଜାମରେ ଆରମ୍ଭ ପ୍ଲାଜମା ଥେରାପି

କରୋନା ମୁକାବିଲା ପାଇଁ ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା କରାଯିବ । ସବୁଠାରୁ ଅଧିକ ଆକ୍ରାନ୍ତ ହେଉଥିବା ଗଞ୍ଜାମ ଜିଲ୍ଲାର କୋରୋନା ରୋଗୀମାନେ ପ୍ଲାଜମା ଥେରାପି ଦ୍ଵାରା ଅନେକ ସୁବିଧା ପାଇପାରିବେ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଭୁବନେଶ୍ୱରର ସମ୍ କୋଭିଡ୍ ହସପିଟାଲ ଓ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.