You are currently viewing ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା; ହସ୍ତଗତ ହେଲା ମୁହଁର ସ୍କେଚ୍

ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା; ହସ୍ତଗତ ହେଲା ମୁହଁର ସ୍କେଚ୍

ଭୁବନେଶ୍ୱର, ଯାଆଁଳା ଫାଣ୍ଡି ପରିସରରେ କାରରୁ କଙ୍କାଳ ମିଳିବା ଘଟଣା । ଘଟଣାରେ ମୃତ ମହିଳାଙ୍କ ମୁହଁର ସ୍କେଚ୍ ଜାଣିବା ପାଇଁ କଙ୍କାଳକୁ ବେଙ୍ଗାଲୁରୁ ପଠାଯାଇଥିଲା । ତେବେ ଆଜି ମୃତ ମହିଳାଙ୍କ ସ୍କେଚ୍ ହସ୍ତଗତ ହୋଇଛି । ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଏହି ପୋଷ୍ଟରକୁ ସର୍ବସାଧାରଣରେ ଲଗାଯିବ । ମୃତ ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ହେବ ବୋଲି ଡାକ୍ତର ଆକଳନ କରୁଛନ୍ତି । ମହିଳାଙ୍କ ଉଚ୍ଚତା ୧୬୪ ସେମି ଏବଂ ମହିଳା ଜଣକ ଯକ୍ଷ୍ମାରେ ପିଡୀତ ଥିଲେ । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମା ଶଙ୍କର ଦାସ । ତେବେ ଏହି ମହିଳାଙ୍କର ପରିଚୟ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।


ଏଠାରେ ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୨ ତାରିଖରେ କଙ୍କାଳ ଠାବ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।