ତାଳଚେର, ପ୍ରଦୂଷଣ କବଜାରେ କଳାହୀରାର ସହର ତାଳଚେର । ଅନୁଗୁଳ ଜିଲ୍ଲାରେ ଥିବା ତାଳଚେର କଳା ହୀରାର ସହର ଭାବେ ଦେଶରେ ପରିଚିତ। ମାତ୍ର ଜାତୀୟ ପ୍ରଦୂଷଣ ବୋର୍ଡର ନୀରବତା ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ସହରରେ ବସବାସ କରୁଥିବା ଜନସାଧାରଣ ମାନେ ବିଭିନ୍ନ ଶ୍ୱାସ ଜନିତ ରୋଗର ଶିକାର ହେଉଛନ୍ତି । ଏମସିଏଲ ଭଳି ଅନେକ ନାମକରା କମ୍ପାନୀ ଏହି ସହରରୁ କୋଇଲା ଉତ୍ତୋଳନ କରୁଥିବାବେଳେ, ବୃକ୍ଷ ରୋପଣ ପ୍ରତି ଗୁରୁତ୍ୱ ନଦେବା ଯୋଗୁ ଏହି ସହରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଯଦି ଏହା ଉପରେ ଏନଜିଟି ଗୁରୁତ୍ୱ ନଦିଅନ୍ତି, ତେବେ ଆଗାମୀ ଦିନରେ ତାଳଚେରରେ ବିଷମ ପରିସ୍ଥିତି ସୃଷ୍ଟି ହେବ ।

ପ୍ରଦୂଷଣ କବଜାରେ କଳାହୀରାର ସହର ତାଳଚେର
- Post published:September 16, 2020
- Post category:ଓଡିଶା
- Reading time:1 mins read