ଗଞ୍ଜାମ( କୃଷ୍ଣଚନ୍ଦ୍ର ପାଲ ), ଗଞ୍ଜାମ ଜିଲ୍ଲା ହେଉଛି ଓଡିଶାର ଏକ ବଡ ଜିଲ୍ଲା । ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଅନେକ ସରକାରୀ ଡାକ୍ତରଖାନା ରହିଥିଲେ ମଧ୍ୟ ରୋଗୀମାନେ ବେସରକାରୀ ଚିକିତ୍ସାଳୟ ଯିବାକୁ ସୁରକ୍ଷିତ ମନେ କରିଥାନ୍ତି । ଏହାର କାରଣ ହେଉଛି ସରକାରୀ ଡାକ୍ତରଖାନାଗୁଡିକରେ ଡାକ୍ତର ଓ ଅନ୍ୟ କର୍ମଚାରୀ ପଦବୀଗୁଡିକ ଖାଲିପଡିରହିବା । ଯେଉଁ କାରଣରୁ ରୋଗୀମାନେ ଚିକିତ୍ସାପାଇଁ ସରକାରୀ ଡାକ୍ତରଖାନାକୁ ଯାଇପାରୁ ନାହାନ୍ତି । ଏହାସହ ସରକାର ନିମ୍ନମାନ ଔଷଧ ଯୋଗାଉଥିବାଏବଂ ଡାକ୍ତରମାନେ ଯେଉଁ ଔଷଧ ଲେଖୁଛନ୍ତି ତାହା ଶରୀରରେ କାମ କରୁନଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି । ଏହି କାରଣରୁ ରୋଗୀମାନେ ବେସରକାରୀ ଚିକିତ୍ସାଳୟକୁ ଯିବାପାଇଁ ବାଧ୍ୟ ହେଉଛନ୍ତି । ସରକାରୀ ହସ୍ପିଟାଲର ଡାକ୍ତରମାନେ ବେସରକାରୀ ସ୍ତରରେ ଚିକିତ୍ସା କରି ପ୍ରଚୁର ପରିମାଣରେ ଅର୍ଥ ଉପାର୍ଜନ କରୁଥିବାରୁ ସେମାନେ ବେସରକାରୀ ଚିକିତ୍ସାଳୟରେ ବହୁ ସମୟ ଧରି ଚିକିତ୍ସା କରୁଥିବା ଜଣାପଡିଛି । ଏହି କାରଣରୁ ସରକାରୀ ଡାକ୍ତରଖାନାରେ ଧାର୍ଯ୍ୟ ସମୟରେ ଡାକ୍ତରମାନେ ଉପସ୍ଥିତ ରହପାରୁନାହାନ୍ତି । ଏହା ସହ ବେସରକାରୀ ଡାକ୍ତରାଖାନାଗୁଡିକରେ ଅଗ୍ନି ନିରାପତ୍ତା ପାଇଁ ପଦକ୍ଷେପ ନିଆଯାଉନାହିଁ । ଅଗ୍ନି ସୁରକ୍ଷା ବିଭାଗଠାରୁ ଅନୁମୋଦିତ ପ୍ରମାଣପତ୍ର ମାଲିକମାନେ ସଂଗ୍ରହ କରୁନାହାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉକ୍ତ ବେସରକାରୀ ହସ୍ପିଟାଲର ଲାଇସେନ୍ସ ରିନୁଏଲ ସାର୍ଟିଫିକେଟ ବେନିୟମଭାବେ ପ୍ରଦାନ କରୁଥିବା ଚର୍ଚ୍ଚା ହେଉଛି । ଏହି ବେସରକାରୀ ହସ୍ପିଟାଲର କୋଠାଗୁଡିକ ମଧ୍ୟ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅନୁମୋଦନ ନଥାଇ ନିର୍ମାଣ ହେଉଥିବା ନଜରକୁ ଆସୁଛି । ତେବେ ଏନେଇ ଗଞ୍ଜାମ ଜିଳ୍ଲାପାଳ,ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ନେଇ ଗୋଟିଏ ଟାକ୍ସଫୋର୍ସ ଗଠନ କରି ଘରୋଇ ଡାକ୍ତରଖାନାଗୁଡିକୁ ଯାଞ୍ଚ କରି ଓଡିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ କଣ୍ଟ୍ରୋଲ ଓ ରେଗୁଲେସନ ଅନୁସାରେ ଚାଲିବା ପାଇଁ ଜନସାଧାରଣରେ ଦାବି ହେଉଛି । ଏହି ନିୟମର ଉଲଘଂନ ହେଲେ ହସ୍ପିଟାଲର ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେବାକୁ ମତ ପ୍ରକାଶ ପାଉଛି ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ