You are currently viewing କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: କେନ୍ଦ୍ରସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ଟି ଯାକ ନୂଆ କୃଷି ଆଇନ୍ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି କଳା ଆଇନ୍‌ଗୁଡିକୁ ପ୍ରତ୍ୟାହାର କରିନେବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି । ସେହିପରି ନବୀନ ସରକାର ସଂସଦରେ ଏହି ବିଲ୍ ଆଗତ ବେଳେ ଯେମିତି ଗୋଟିଏ ଗୃହରେ ସମର୍ଥନ ଓ ଅନ୍ୟ ଗୃହରେ ମିଛିମିଛିକା ବିରୋଧର ନାଟକ କଲେ ସେଥିରୁ ନିବୃତ୍ତ ହୋଇ ତୁରନ୍ତ ପଞ୍ଜାବ ଓ କେରଳ ପରି ବିଧାନସଭାରେ ବିଲ୍ ଗୃହୀତ କରାନ୍ତୁ ବୋଲି ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୋଦି ସରକାରଙ୍କ ଚାଷୀ ବିରୋଧି ମାନସିକତାକୁ ଦୃଢ଼ ସମାଲୋଚନା କରିଛନ୍ତି | ଏହା କୃଷକମାନଙ୍କୁ ସର୍ବସ୍ୱାନ୍ତ କରିବାକୁ ଏକ ବୃହତ୍ ଷଡଯନ୍ତ୍ର ଏବଂ ଶିଳ୍ପପତି – ପୁଞ୍ଜିପତିମାନଙ୍କ ଏକଛତ୍ରବାଦ ପ୍ରତିଷ୍ଠା ନିମିତ ଉଦ୍ଦିଷ୍ଟ ଆତ୍ମଘାତୀ ନୀତି ବୋଲି ଅଭିଯୋଗ କରିଥିଲେ । ମାସେରୁ ଅଧିକ ଦିନ ଧରି ଶୀତ କାକରରେ ରାସ୍ତା ଉପରେ ପଡିଥିବା ଚାଷୀମାନଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ତିନୋଟି ଯାକ ଜନବିରୋଧି ନୀତି ବାତିଲ୍ କରିବା ଉଚିତ୍ ବୋଲି ସେ ଦୃଢ଼ ଦାବି କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖପାତ୍ର ଅମିୟ ପାଣ୍ଡବ, ମନୋରଞ୍ଜନ ଦାଶ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।