ଭୁବନେଶ୍ୱର, ଏଣିକି କଏଦୀଙ୍କୁ ଚାପମୁକ୍ତ ଓ ମାନସିକ ଶାନ୍ତି ପାଇଁ ଜେଲରେ ଲାଗିଲା ପ୍ରୋଜେକ୍ଟର୍ | ପ୍ରତ୍ୟେକ ରବିବାର କଏଦୀମାନେ ଫିଲ୍ମ ଦେଖିବାର ସୁଯୋଗ ପାଇପାରିବେ |ଏହାସହ ସାଉଣ୍ଡ ସିଷ୍ଟମ୍ର ସଂଯୋଗ କରାଯାଇଛି।ଦେଶାତ୍ମବୋଧ, ପୌରାଣିକ, ଐତିହାସିକ ସହ କିଛି ଶିକ୍ଷଣୀୟ ଫିଲ୍ମ ପ୍ରଦର୍ଶିତ କରାଯିବ |ସେମାନେ କେମିତି ଖରାପ କାର୍ଯ୍ୟ ଠାରୁ ଦୂରରେ ରହିବେ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି |ଝାରପଡ଼ା ଜେଲରେ ଆଜି ପ୍ରୋଜେକ୍ଟର୍ର ଉଦ୍ଘାଟନ କରାଯାଇଛି। ଆସନ୍ତା ରବିବାରଠାରୁ କଏଦୀ ଫିଲ୍ମ ଦେଖିବାର ସୁଯୋଗ ପାଇବେ। ଜେଲର ଏକ ରୁମ୍କୁ ଥିଏଟର୍ କରାଯାଇଛି।ଏହାସହ ସାଉଣ୍ଡ ସିଷ୍ଟମ୍ର ସଂଯୋଗ କରାଯାଇଛି ବୋଲି ଜେଲ୍ ଅଧୀକ୍ଷକ ଡି.ଏନ ବାରିକ କହିବା ସହିତ ଏହି ବ୍ୟବସ୍ଥା ଦେଶର ପ୍ରଥମ ବୋଲି ଶ୍ରୀ ବାରିକ କହିଛନ୍ତି |
ଏହାସହ ୱାସିଂ ମେସିନର ମଧ୍ୟ ବ୍ୟବସ୍ଥା କରାଯାଇଛି । କଏଦୀମାନେ ହାତରେ ସଫା ନ କରି ୱାସିଂ ମେସିନ୍ରେ ପୋଷାକ ସଫା କରିବେ। ସ୍ୱଚ୍ଛ ପାଣି ପାଇଁ ଆକ୍ୱାଗାର୍ଡ ଲଗାଯାଇଛି। ଏହି ଆକ୍ୱାଗାର୍ଡରେ ଗରମ ପାଣିର ବ୍ୟବସ୍ଥା ମଧ୍ୟ ରହିଛି। ସାଉଣ୍ଡ ସିଷ୍ଟମ୍ ମଧ୍ୟ ଚାଲୁ ହୋଇଛି। ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ସାଉଣ୍ଡ ସିଷ୍ଟମ ଜରିଆରେ ଆଧ୍ୟାତ୍ମିକ ସଂଗୀତ ପରିବେଷଣ କରାଯିବ । କଏଦୀମାନଙ୍କୁ ଡାକିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯିବ। ମାମଲାର ସ୍ଥିତି ଜାଣିବା ପାଇଁ ୨୪ ଘଣ୍ଟିଆ ଇଣ୍ଟରନେଟ୍ ସୁବିଧା ରହିଥିବା କିଓସ୍କ ଚାଲୁ ହୋଇଛି।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ