private-bus

ପୁଣି ଡିସେମ୍ବର ପହିଲାରୁ ଧାରଣା ଦେବେ ଘରୋଇ ବସ୍ ମାଲିକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଡିସେମ୍ବର ପହିଲାରୁ ପୁଣି ଧାରଣା ଦେବେ ଘରୋଇ ବସ୍ ମାଲିକ। ଏହି ଧାରଣାରେ ୧ ହଜାରରୁ ଅଧିକ ବସ୍ ମାଲିକ ସାମିଲ ହେବେ। ଘରୋଇ ବସ୍ ମାଲିକମାନେ ସରକାରଙ୍କୁ ଦେଇଥିବା ଦାବି ଯଦି ପୂରଣ ନହୁଏ ତେବେ ସେମାନେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି। ଏଥର ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି ସଂଘ ।

ସୂଚନା ଥାଉ କି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବରୋଧ କରି ରାଜ୍ୟର ଘରୋଇ ବସ୍ ମାଲିକମାନେ କିଛିଦିନ ତଳେ ଧର୍ମଘଟ କରିଥିଲେ ଓ ବସ୍ ଚଳାଚଳ ବନ୍ଦ କରିଥିଲେ । ଏହି କ୍ରମରେ ପରିବହନ ମନ୍ତ୍ରୀ, ବିଭାଗୀୟ ଅଧିକାରୀ ଓ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇ ବସ୍ ଚଳାଚଳ ସ୍ବାଭାବିକ କରାଯାଇଥିଲା । ହେଲେ ଆଲୋଚନା ବେଳେ ରାଜ୍ୟ ପରିବହନ ବିଭାଗ ବସ୍ ମାଲିକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏପର୍ଯ୍ୟନ୍ତ ପୂରଣ କରାଯାଇ ନାହିଁ । ଯାହାକୁ ନେଇ ପୁଣି ଡିସେମ୍ବର ପହିଲାରୁ ଆନ୍ଦୋଳନକୁ ଉହ୍ଲାଇବାକୁ ଚେତାବନୀ ଦେଇଛି ବସ୍ ମାଲିକ ସଂଘ ।

ଅନ୍ୟମାନଙ୍କୁ ଜଣାନ୍ତୁ।