You are currently viewing ୪ ଦିନିଆ ରିମାଣ୍ଡରେ ପିଏସ ବିରଞ୍ଜି ସାହୁ

୪ ଦିନିଆ ରିମାଣ୍ଡରେ ପିଏସ ବିରଞ୍ଜି ସାହୁ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୦୪/୦୮: କୋଟିପତି ପିଏସ ବିରଞ୍ଜି ସାହୁଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ ।କେଉଁଠୁ ଏବଂ କେଉଁ ଉପାୟରେ ଏତେ ରକମର ଟଙ୍କା ଆସୁଥିଲା ସେସବୁର ଖୋଳତାଡ କରାଯିବ । ଚାକିରି ନାଁରେ ଲାଞ୍ଚ କାରବାର ନେଇ ଆସିଥିବା ଅଭିଯୋଗର ମଧ୍ୟ ଗୁମର ଖୋଲିବ । ଅନ୍ୟପଟେ ଏତେ ବଡ କେଳେଙ୍କାରୀରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ତାର ମଧ୍ୟ ଖୋଳତାଡ କରାଯିବ । ଗତକାଲି ଓଏସ୍‌ଏସ୍‌ସି ଅଫିସରେ ଖୋଳତାଡ କରିଥିଲା ତଦନ୍ତକାରୀ ଟିମ । କମିଶନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ପଚରାଉଚରା କରିଥିଲା । ବିରଞ୍ଚି ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ସ୍କାନରରେ ଅଛନ୍ତି ପତ୍ନୀ ସୁଧାଂଶୁ ବାଳା ସାହୁ ଓ ଶାଳକ ମନୋରଞ୍ଜନ ସାହୁ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ତାଙ୍କଠୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।