ପୁରୀରେ ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ

ପୁରୀ (ଏଏନଏସ)୦୪/୧୦, ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ । ଭାରତର ପ୍ରମୁଖ ୫ଟି ସ୍ଥାନରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ, ପୁରୀରେ ଆସନ୍ତାକାଲି ଏହାକୁ ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବିଦ୍ୟାଳୟରେ ବେଦ, ବୈଦିକ ଗଣିତ, ସଂସ୍କୃତ, ଯୋଗ ଇତ୍ୟାଦି ଶାସ୍ତ୍ର ଉପରେ ତାଲିମ୍ ଦିଆଯିବ। ସମ୍ପୂର୍ଣ୍ଣ ନିଶୁଳ୍କ ଥିବା ଏହି ବେଦ ବିଦ୍ୟାଳୟ ପୁରୀରେ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏହା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ମତପ୍ରକାଶ ପାଇଛି।

ରାଷ୍ଟ୍ରୀୟ ଶିକ୍ଷାନୀତି ୨୦-୨୦ ଅନୁଯାୟୀ ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବେଦ ଅଧ୍ୟୟନକୁ ଗୁରୁତ୍ୱ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ପୁରୀରେ ଆସନ୍ତାକାଲି ଉଦ୍ଘାଟିତ ହେବାକୁ ଯାଉଛି ମହର୍ଷୀ ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ। ଦେଶର ଚାରିଧାମ ପୁରୀ, ଦ୍ଵାରକା, ବଦ୍ରୀନାଥ, ଶୃଙ୍ଗେରୀ ଓ ଉତ୍ତରପୂର୍ବ ରାଜ୍ୟ ଗୁଆହାଟିରେ ସମୁଦାୟ ପାଞ୍ଚଟି ରାଷ୍ଟ୍ରୀୟ ଆଦର୍ଶ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି। ଆସନ୍ତାକାଲି ପୁରୀରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଆଦର୍ଶ ବେଦ ବିଦ୍ୟାଳୟକୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରରେ ଉଦ୍ଘାଟନ କରିବେ। ଏହି ବେଦ ବିଦ୍ୟାଳୟରେ ବିଭିନ୍ନ ବେଦ ସହିତ ସଂସ୍କୃତ, ବିଜ୍ଞାନ, ବୈଦିକ ଗଣିତ, ଯୋଗ ଇତ୍ୟାଦି ଶିକ୍ଷା ଦିଆଯିବ। ବେଦ ଅଧ୍ୟୟନ ସହ ଏହି ବିଶ୍ୱବିଦ୍ୟାଳୟରେ ବ୍ୟକ୍ତି, ଦକ୍ଷତା, ଟେକ୍ନୋଲୋଜି ଓ ବିଜ୍ଞାନ ଉପରେ ତାଲିମ ଦିଆଯିବ। ଦ୍ଵାଦଶ ଶ୍ରେଣୀ ଯାଏ ଶିକ୍ଷା ଦିଆଯିବାକୁ ଥିବା ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଅଧ୍ୟୟନର ସୁଯୋଗ ରହିବ।

Leave A Reply

Your email address will not be published.